Story Collections (Odia)

“Nijaku Nei Sata Gapa” (Publisher-Pakshighara Prakashanee)-2019 Page-164, Rupees-150, 12 Stories

ସମକାଳୀନ ଓଡ଼ିଆ କବିତାର ଏକ ସ୍ୱୀକାର୍ଯ୍ୟ ଓ ଅଧିକୃତ ସ୍ୱର ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଆମ ସମୟର ସାଧାରଣ ମଣିଷ ଭୋଗୁଥିବା କଥା ଓ ବ୍ୟଥାର ଭାଷ୍ୟକାର ଗାୟତ୍ରୀବାଳା ସିଧାସଳଖ ବ୍ୟବସ୍ଥାକୁ ପ୍ରଶ୍ନ କରନ୍ତି । ସେ କେବଳ ପ୍ରଶ୍ନଖୋର ନୁହନ୍ତି, ଉତ୍ତରର ଅନ୍ୱେଷଣରେ ବ୍ୟାପୃତ ଥାଏ ତାଙ୍କ କବିତା । ବିପୁଳ କାବ୍ୟ ପରିଚିତି ପାଇଥିବା ଗାୟତ୍ରୀବାଳା ଗଲା କିଛିବର୍ଷ ହେଲା ଜଣେ କଥାକାର ଭାବେ ନିଜର ପରିଚୟ ନିର୍ମାଣ କରିପାରିଛନ୍ତି । ବିଶେଷକରି ଗାଁ ମାଟି ଆଉ ତୃଣମୂଳ ସ୍ତରର ମଣିଷଙ୍କ ଜୀଜିବିଷାକୁ ସେ ନିଜସ୍ୱ କଥା-କଳାରେ ବେଶ୍ ମନୋଜ୍ଞ ଭାବେ ଫୁଟାଇ ଚାଲିଛନ୍ତି । ପରିବର୍ତ୍ତିତ ରାଜନୀତିକ, ଆର୍ଥିକ ଆଉ ସାମାଜିକ ସ୍ଥିତିରେ ସମକାଳୀନ ମଣିଷର ଅବସ୍ଥା ଓ ସଂପୃକ୍ତି ତାଙ୍କ କଥାର ନିର୍ଯ୍ୟାସ । ଯାବତୀୟ ପ୍ରତିକୂଳ ପରିସ୍ଥିତିରେ ମାନବିକ ସହାବସ୍ଥାନ ଲାଗି ତାଙ୍କ କଥା, କାହାଣୀ ଓ ଉପନ୍ୟାସ ଗୋଟେ ଗୋଟେ ସମୁଜ୍ଜ୍ୱଳ ସର୍ଜନା । 

ଏହି ଗଳ୍ପ ସଂକଳନ ‘ନିଜକୁ ନେଇ ସତ ଗପ’ କଥାକାର ଗାୟତ୍ରୀବାଳାଙ୍କ ଆଉ ଏକ ପଥିକୃତ ସାରସ୍ୱତ ଅନ୍ୱେଷା ।