Story Collections (Odia)

“Bisarjana”(Publisher- Pakshighara)-2015 Page-150, Rupees-125, 12 Stories

The portrayal of rural Odisha in the stories testifies to Gayatribala Panda’s talent in the art; the characters turn alive with her incising vision. The stories carry the author’s philosophy of life, amid its misery and compassion. The subject of child psychology and child labour is a major concern in many stories. The stories are readable and humble; leading the reader along the collective incompleteness, chaos and ugliness to the realities and ultimate truth of life. This writer is a champion celebrator of life in its myriad possibilities. The collection will affect the readers, I am sure.

ଗାୟତ୍ରୀବାଳା ପଣ୍ଡା ତାଙ୍କ ଗଳ୍ପରେ ଗ୍ରାମ୍ୟ-ଓଡ଼ିଶାର ଚିତ୍ର ଯେପରି ଅପୂର୍ବ ଦକ୍ଷତାର ସହିତ ଚିତ୍ରଣ କରିଛନ୍ତି; ସେହିପରି ଅନ୍ତର୍ଭେଦୀ ଦୃଷ୍ଟିରେ ଗଳ୍ପର ଚରିତ୍ରଗୁଡ଼ିକୁ ଜୀବନ୍ୟାସ ଦେଇ ପାଠକମାନଙ୍କ ହୃଦୟରେ ସେମାନଙ୍କର ଅଭଙ୍ଗା ମୂର୍ତ୍ତି ଗଢ଼ି ତୋଳିଛନ୍ତି । ମଣିଷ ଜୀବନର ଗଭୀର ଜୀବନାନୁଭୂତି, କାରୁଣ୍ୟ, ସଂବେଦନଶୀଳତା, ଶିଶୁ ଶ୍ରମିକ ସମସ୍ୟା ଓ ଶିଶୁ ମନସ୍ତତ୍ତ୍ୱ ହିଁ ତାଂକ ଗଳ୍ପର ମୁଖ୍ୟ ସ୍ୱର । ତେଣୁ ଗଳ୍ପଗୁଡ଼ିକ ସରସ ଓ ସୁଖପାଠ୍ୟ । ସବୁ ଅସମ୍ପୂର୍ଣ୍ଣତା, ଅବ୍ୟବସ୍ଥା ଓ ଅସୁନ୍ଦରପଣ ଭିତରେ ଜୀବନର ବାସ୍ତବତା ଓ ଚରମ ସତ୍ୟତାକୁ ବାଟ କଢେ଼ଇ ନଉଥିବା ଏହି ଲେଖିକା ତୀବ୍ର ଭାବରେ ଜୀବନବାଦୀ । “ଗାଁ” କବିତା ସଂକଳନ ଭଳି ଗାୟତ୍ରୀବାଳା ପଣ୍ଡାଙ୍କ ଏହି ଗ୍ରାମ୍ୟ ଜୀବନର ଗଦ୍ୟଗାଥା ପାଠକମାନଙ୍କୁ ଆଲୋଡ଼ିତ କରିବ ବୋଲି ମୋର ବିଶ୍ୱାସ ।