Bagha

“Bagha”(Publisher-Pakshighara)- 2015, Page-136, Rupees-100, 55 Poems

The collection Bagha(Tiger) is an anthology of poems. There is a primordial fear for tiger in every man. The poems in the anthology are based on the perception that there could be an invisible tiger in every human being and that the tigerish feelings in man could be as fierce. As a matter of fact, the difference between the man and a tiger appears as thin as a dot. Man can turn into a tiger any moment, in any circumstance. It is a state of mind that makes one a tiger. Tiger is not a myth, it is rather a projection of an unfathomable mystery- of a primeval ferocity moving in the darkness of a jungle of the mind.



ବାଘ ସହିତ ମଣିଷର ସଂପର୍କ ଯେ ଆଦିମ ଓ ସର୍ବକାଳୀନ ଓ ବାଘକୁ ନେଇ ମଣିଷ ଭିତରେ ଥିବା ଆଦିମ ଭୟ ବି ସର୍ବକାଳୀନ ତାହାକୁ ଅସ୍ୱୀକାର କରାଯାଇ ନ ପାରେ । ବାଘଭିତରର ବାଘ-ଭାବ ଏବଂ ମଣିଷଭିତରର ବାଘ-ଭାବ ଭିତରେ ଥିବା ଫରକଟି ଏତେ ନଗଣ୍ୟ ଯେ ତାହା ଗୋଟିଏ ବିନ୍ଦୁଭଳି ମନେହୁଏ । ମଣିଷ ଭିତରେ ଯେ ଅଦୃଶ୍ୟ ବାଘଟିଏ ଥାଇପାରେ ଓ ମଣିଷର ବାଘ-ଭାବ ବି ଅତ୍ୟନ୍ତ ଭୟଂକର ହୋଇପାରେ, ତାହା ହିଁ ଏହି କବିତାଗୁଡ଼ିକର ଆଧାର । ବାଘ ମିଥ୍ ନୁହେଁ, ନିଜେ ନିଜକୁ ଦିଗ୍ଦର୍ଶନ ଦଉଥିବା ଦୂରଦର୍ଶୀ ପ୍ରାଣୀ, ମଣିଷ ବି ମିଥ୍ ନୁହେଁ ନିଜେ ନିଜକୁ ଦିଗଭ୍ରଷ୍ଟ କରିପକଉଥିବା ଅଦୂରଦର୍ଶୀ ପ୍ରାଣୀ । ବାଘ ମିଥ୍ ନୁହେଁ, ବରଂ ମଣିଷ ମନର ଗୂଢ଼ତମ ରହସ୍ୟାବୃତ ଭାବ- ଅରଣ୍ୟରେ ଚଲାବୁଲା କରୁଥିବା ଗୋଟେ ଆଦିମ ହିଂସ୍ରତା ।